ବୋଲେରୋକୁ ଧକ୍କା ଦେଲା ହାଇୱା, ୩ ବିଦ୍ୟୁତ କର୍ମଚାରୀ ମୃତ

ଭୁବନେଶ୍ୱର,୨୬/୦୩: ବୋଲେରୋକୁ ଧକ୍କା ଦେଲା ହାଇୱା। ଯାହା ଫଳରେ ଘଟଣାସ୍ଥଳରେ ଚାଲିଗଲା ୩ ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ଦୁଇ ଜଣ ଆହତ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ସମ୍ବଲପୁର -ସୁବର୍ଣ୍ଣପୁର ରାସ୍ତାର ଉଲୁଣ୍ଡା ଥାନା ମାଟୁପାଲି ଛକରୁ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି । ୫ଜଣ ବିଦ୍ୟୁତ କର୍ମଚାରୀ ବୋଲେରୋ ଯୋଗେ ଫେରୁଥିବା ବେଳେ ସାମ୍ନାରୁ ଧକ୍କା ଦେଇଥିଲା ଏକ ହାଇୱା । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଁଚି ମୃତଦେହ ଉଦ୍ଧାର କରିବା ସହ ଦୁଇ ଗାଡିକୁ ଜବତ କରି ଅଧିକ ତଦନ୍ତ କରୁଛି। ସେପଟେ ଝିଅ ଦେଖିବାକୁ ଯାଇ ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । କେନାଲ ପାଣିରେ କାର ପଶିଯିବାରୁ ବାପ- ପୁଅଙ୍କ ମୃତ୍ୟୁ ଓ ୩ ଜଣ ଗୁରୁତର ।

Leave a Reply

Your email address will not be published. Required fields are marked *