ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା, ୧୦ ମୃତ

ନୂଆଦିଲ୍ଲୀ, ୪/୭: ମହାରାଷ୍ଟ୍ରରେ ଅଭାବନୀୟ ଘଟଣା। ୩ଟି ଗାଡିକୁ ଗୋଟିଏ ଟ୍ରକ୍ ଧକ୍କା ଦେବା ପରେ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଉ ୧୦ ଜଣ ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।ମହାରାଷ୍ଟ୍ରର ଧୁଲେରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଛି । ମୁମ୍ବାଇ-ଆଗ୍ରା ହାଇୱେର ପଲାସନେର ଗାଁ ନିକଟରେ ଗୋଟିଏ କଣ୍ଟେନର ବୋଝେଇ ଟ୍ରକ୍ ତିନୋଟି ଗାଡିକୁ ଧକ୍କା ଦେଇଥିଲା । ବର୍ତ୍ତମାନ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପ୍ରଥମେ ମୃତଦେହ ଗୁଡିକୁ ହସ୍ପିଟାଲ ପହଞ୍ଚା ଯାଇଥିବାବେଳେ, ଆହତମାନଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।