ଘାଟିକିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପଛରୁ କଲେଜ ବସ ପିଟିବାରୁ ସ୍ପଟରେ ଯୁବକଙ୍କ ମୃତ୍ୟ

ଭୁବନେଶ୍ୱର,୧୮/୦୩: ଘାଟିକିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯୁବକଙ୍କ ଉପରେ ଚଢ଼ିଗଲା କଲେଜ ବସ୍। ଯୁବକ ଜଣକ ହେଉଛନ୍ତି ପାଇକରାପୁର ଗାଁର ବାସିନ୍ଦା ସୌମ୍ୟରଂଜନ ସାହୁ ( ୩୩ ବର୍ଷ ) । ଜଗନ୍ନାଥ ବିହାରରେ ଥିବା ନିଜ ଦୋକାନ ଖୋଲିବାକୁ ଯାଉଥିଲେ । ପାଇକରାପୁର ରୋଡ ଠାରେ ପଛରୁ କଲେଜ ବସ ପିଟିବାରୁ ସ୍ପଟ ରେ ଯୁବକଙ୍କ ମୃତ୍ୟ ଘଟିଛି। ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରି ରାସ୍ତା ରୋକ୍ କରିଛନ୍ତି ସ୍ଥାନୀୟ ଲୋକେ। ସମ୍ପୃକ୍ତ କଲେଜ ସମ୍ପୂର୍ଣ୍ଣ ଭରଣପୋଷଣ ଦେବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ରାସ୍ତା ଉପରେ ଶବ ଓ ତାଙ୍କ ଗାଡ଼ି ରହିଛି। ପୋଲିସ କୁ ଶବ ଉଠେଇବା ପାଇଁ ଦେଉନାହାନ୍ତି ଉତ୍ୟକ୍ତ ଲୋକେ । ଶବ ରଖି ରାସ୍ତା ଅବରୋଧ କରାଯାଇଛି।