ଯୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଘଟଣାସ୍ଥଳରେ ବାପା, ମାଆ ଓ ପୁଅ ମୃତ୍ୟୁ

ଭୁବନେଶ୍ୱର,୧୫/୦୩: କେନ୍ଦୁଝର ଯୋଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଘଟଣାସ୍ଥଳରେ ବାପା, ମାଆ ଓ ପୁଅ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ  ଝିଅ ଘର ଦୋଳିତାକୁ ବାଇକ ଯୋଗେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥ ୨୦ ଦୋଳିତା ଛକ ନିକଟରେ ଦୃତ ଗତିରେ ଆସୁଥିବା ଏକ ଟ୍ରକ ବାଇକକୁ ସାମ୍ନାରୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଐବନଙ୍କ ମୃତ୍ୟୁ ହୋଇ ଥିବା ବେଳେ ଗୁରୁତର ଅବସ୍ଥାରେ ମାଆ ଓ ପୁଅକୁ ଚମ୍ପୁଆ ଡାକ୍ତରଖାନାକୁ ନିଆ ଯାଇଥିଲା ।ଡାକ୍ତରଖାନାରେ ମାଆ ମଥାମଣିଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ମଙ୍ଗଲଙ୍କୁ କେନ୍ଦୁଝର ଡାକ୍ତରଖାନା ନେବାବେଳେ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ  ଛକରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଟାୟାର ଜାଳିଲେକ୍ଷକେ ରାସ୍ତାରୋକ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତୋଜନା ରହିଛି । ଖବରପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେଇଯାଇଛି ।

Leave a Reply

Your email address will not be published. Required fields are marked *