ଧୌଲପୁରରେ ଅଟୋକୁ ପିଟିଦେଲା ବସ୍‌, ୧୧ମୃତ

ନୂଆଦିଲ୍ଲୀ,୨୦/୧୦: ରାଜସ୍ଥାନର ଧୌଲପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଅଟୋକୁ ପିଟିଦେଲା ବସ୍‌। ଫଳରେ  ୧୧ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, କରୌଲି-ଧୌଲପୁର ଜାତୀୟ ରାଜପଥର  ସୁନିପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ସ୍ଲିପର କୋଚ୍‌ ବସ୍‌ ଦ୍ରୁତ ଗତିରେ ଆସି ଏକ ଅଟୋକୁ ଧକ୍କା ଦେଇଛି। ଫଳରେ ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଛୋଟ ପିଲା ଅଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇଛି। ଏହାସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *