ଅପ୍ରେଲରୁ ଆରମ୍ଭ ହେବ ରିଭିଜନ କ୍ଲାସ

ଭୁବନେଶ୍ୱର, ୧୦/୩: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ହୋଇଥିବା ବେଳେ ସ୍କୁଲ ଖୋଲିଥିଲା। ପିଲାମାନଙ୍କ ପାଠ ପଢାକୁ ଦ୍ରୁଷ୍ଟିରେ ରଖି ସେମାନଙ୍କ କ୍ଲାସ ମଧ୍ୟ ହେଉଥିଲା। ଏହା ପରେ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲରୁ ରିଭିଜନ କ୍ଲାସ ଆରମ୍ଭ ହେବ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରାୟତଃ କୋର୍ସ ଶେଷ ହୋଇଆସିଲାଣି ତେଣୁ ରେଗୁଲାର କ୍ଲାସ ଜରୁରୀ ନାହିଁ । ମାର୍ଚ୍ଚ ଶେଷ ସୁଦ୍ଧା ସବୁ କୋର୍ସ କଭର ହୋଇଯିବ ।ରିଭିଜନ କ୍ଲାସ ବେଳେ ଆଉ ରବିବାରରେ କ୍ଲାସ ହେବନାହିଁ । ସ୍କୁଲରେ ପିଲାଙ୍କ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାଣି ବୋଲି ସେ କହିଛନ୍ତି।