ଆସନ୍ତା ୧୪ଦିନ ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା ବାତିଲ

ଭୁବନେଶ୍ୱର, ୨୫/୩: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟର ୩ଜଣ କରୋନା ପଜିିିିିଟିଭ ବାହାରିଥିଲା। ତେଣୁ ସେଠାରେ ସବୁ ପରିସ୍ଥିତି କୁ ଦୃଷ୍ଟି ରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା ବନ୍ଦ ରହିିିବ। ଏହାସହ ବାହାର ଲୋକଙ୍କୁ ରେଭେନ୍ସା କ୍ୟାମ୍ପସ ଭିତରକୁ ପ୍ରବେଶ ନିଷେଧ କରାଯାଇଛି। ଏନେଇ ରେଭେନ୍ସା ଇନଚାର୍ଜ କୁଳପତି ଅପରାଜିତା ଚୌଧୁରୀଙ୍କ ସୂଚନା ଦେଇଛନ୍ତି।