ଗାଡ଼ି ବେଗ ଉପରେ କଟକଣା ଲାଗୁ, ଜାଣନ୍ତୁ କେଉଁ ରାସ୍ତାରେ କେତେ ସ୍ପିଡ଼ରେ ଚଳାଇବେ ଗାଡି

ଭୁବନେଶ୍ୱର, ୨୦/୧୧: ଏଣିକି ରାଜ୍ୟରେ ମନ ଇଚ୍ଛା ଗାଡ଼ି ଚଳାଇ ପାରିବେନି ଚାଳକ। ଏହାରିମଧ୍ୟରେ ଗାଡ଼ି ବେଗ ଉପରେ କଟକଣା ଲାଗୁ କରାଯାଇଛି। ବିଭିନ୍ନ ଗାଡ଼ି ପାଇଁ ସର୍ବୋଚ୍ଚ ବେଗ ସୀମା ନିର୍ଦ୍ଧାରିତ କରାଯାଇଛି। କେଉଁ ରାସ୍ତାରେ କେତେ ବେଗରେ ଗାଡ଼ି ଚଳାଇ ହେବ ସେନେଇ ତାଲିକା ଆସିଛି। ୪ ଲେନ୍‌ ବିଶିଷ୍ଟ NHରେ ବାଇକ୍‌ର ସର୍ବୋଚ୍ଚ ବେଗ ୬୦ କିମି ରହିିିବ। ଜାତୀୟ ବା ରାଜ୍ୟ ରାଜପଥରେ ବାଇକ୍‌ର ସର୍ବୋଚ୍ଚ ବେଗ ୫୦ କିମି ଥିବା ବେଳେ ଜାତୀୟ ବା ରାଜ୍ୟ ରାଜପଥରେ ସହରାଞ୍ଚଳରେ ସର୍ବୋଚ୍ଚ ବେଗ ୪୦ କିମି ରହିବ। ଅଟୋ ବା ଡାଲା ଅଟୋ ପାଇଁ ୪ ଲେନ୍‌ ରାସ୍ତାରେ ସର୍ବୋଚ୍ଚ ବେଗ ୪୦ କିମି ରହିବ। ଅନ୍ୟ ସବୁ ରାସ୍ତାରେ ଅଟୋ ବା ଡାଲା ଅଟୋ ପାଇଁ ସର୍ବୋଚ୍ଚ ବେଗ ୩୦ କିମି ରହିଛି। ସେହିପରି କାର୍‌ ପାଇଁ ୪ ବା ଅଧିକ ଲେନ୍‌ ରାସ୍ତାରେ ସର୍ବୋଚ୍ଚ ବେଗ ୧୦୦ କିମି, ଜାତୀୟ ବା ରାଜ୍ୟ ରାଜପଥରେ ସର୍ବୋଚ୍ଚ ବେଗ ୬୦ କିମି,  ସହରାଞ୍ଚଳର ଯେକୌଣସି ରାସ୍ତାରେ ସର୍ବୋଚ୍ଚ ବେଗ ୫୦ କିମି ରହିବା ନେଇ ସୂଚନା ରହିଛି।