ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲାଗୁ କଲେ ସରକାର

ଭୁବନେଶ୍ୱର, ୩/୧୧(ଦି ପ୍ରଗତି ନ୍ୟୁଜ୍): ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲାଗୁ କରାଯାଇଛି। ନଭେମ୍ବର ୧୦ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି, ଫୁଟାଇବା ପାଇଁ ମନା ଜରାଯାଇଛି। ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। କାରଣ ଏବେ ରାଜ୍ୟରେ  କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଟଳିନି। ଆଗକୁ ଶୀତ ଦିନ ଆସୁଥିବାରୁ ବୃଦ୍ଧ ଓ ଶିଶୁ ମାନଙ୍କୁ ଥଣ୍ଡା ହେବ ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ତେଣୁ ଏହି ସମୟରେ ପବିତ୍ର ଦୀପାବଳି ପଡ଼ୁଥିବାରୁ ବାଣ ଫୁଟାଇଲେ ପରିବେଶ ଓ ବାୟୁ ଦୂଷିତ ହେବା ଫଳରେ ଲୋକ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗାଡି ଦେଇପାରେ। ଏହାସହ କରୋନା ସଂକ୍ରମିତ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ବିଗାଡି ଦେବାର ଆଶଙ୍କା ରହିଛି।ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଣ ଉପରେ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଆଲୋକର ପର୍ବ ଦୀପାବଳୀରେ ମାଟି ଦୀପ, ମହମବତୀ, ଅନ୍ୟ ଆଲୋକୀକରଣ ପଦାର୍ଥ ବ୍ୟବହାର କରି ତଥା ପାରମ୍ପରିକ ପ୍ରଥାରେ ପାଳନ କରିବାକୁ କୁହାଯାଇଛି।