ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ

ଭୁବନେଶ୍ୱର, ୨୪/୧୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ଏବେ ପୁଣି ଓମିକ୍ରନ ଚିନ୍ତା ବଢ଼ାଇଛି। ତେଣୁ ଓମିକ୍ରନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ଦିନ ଓ ନୂଆବର୍ଷ (ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ) ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। । ଚର୍ଚ୍ଚରେ ସର୍ବାଧିକ ୫୦ ଜଣଙ୍କୁ ନେଇ ପାଳନ ହେବ ବଡ଼ଦିନ ।ଅନ୍ୟପଟେ ଜିରୋ ନାଇଟ୍‌ ସେଲିବ୍ରେସନକୁ ଅନୁମତି ନାହିଁ । ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ୍‌, କଲ୍ୟାଣ ମଣ୍ଡପ ଉପରେ  ସତର୍କ ଦୃଷ୍ଟି ରହିବ।ଓମିକ୍ରନ ରୋକିବା ପାଇଁ ଏହିପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ସୁଦ୍ଧା ରାଜ୍ୟରେ ୪ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।