ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ପୁରୀ ସାକ୍ଷୀଗୋପାଳ ଆସିବା ଉପରେ କଟକଣା

ଭୁବନେଶ୍ୱର, ୧୦/୧୧: ଆଉ ଗୋଟିଏ ଦିନ ଗଲେ ଅଁଳା ନବମୀ। କୋଭିଡକୁ ଦୃଷ୍ଟି ରେ ରଖି ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ପୁରୀ ଓ ସାକ୍ଷୀଗୋପାଳ ଆସିବା ଉପରେ କଟକଣା ଲାଗୁ କରାଯାଇଛି। ତେଣୁ ୧୨ ତାରିଖ ଅଁଳା ନବମୀରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି। ୧୫ ତାରିଖ ଏକାଦଶୀରେ ମଧ୍ୟ ୧୪୪ ଲାଗୁ ରହିବା ନେଇ ସୂଚନା ରହିଛି। କେବଳ ସେବାୟତ ଓ ସେମାନଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିବ । ରାଧା ପାଦ ଦର୍ଶନ ଭିଡ଼ ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି।