ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୩୧/୧୦: ଆଇପିଏସ୍‌ ସ୍ତରରେ ଆଜି ଅଦଳବଳ ହୋଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାର ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅରୁଣ କୁମାର ରାୟଙ୍କୁ କଟକସ୍ଥିତ ସରକାରୀ ପ୍ରେସ୍‌ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ୧୯୮୯ ବ୍ୟାଚ୍‌ର ପୁଲିସ ଅଧିକାରୀ ଅମୃତ ମୋହନ ପ୍ରସାଦଙ୍କୁ ଏଚ୍‌ଆରପିସି ଡିଜିରୁ ବଦଳି କରାଯାଇ ଜେଲ ବିଭାଗ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ସରକାରୀ ପ୍ରେସ୍‌ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଲଳିତ ଦାସଙ୍କର ବଦଳି ହୋଇଛି। ତାଙ୍କୁ ଏଚ୍‌ଆର୍‌ପିସି ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ତଥା ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସର ଏସିପି ଉମାଶଙ୍କର ଦାଶଙ୍କୁ ଡିଆଇଜି ଏସ୍‌ଆଇଡବ୍ଲ୍ୟ ଦାୟିତ୍ବ ମିଳିଥିବା ତାଙ୍କ ସ୍ଥାନରେ ବ୍ରିଜେଶ କୁମାର ରାୟଙ୍କୁ ନିଯୁକ୍ତି ମିଳିଛି।