ଆଇପିଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୭/୭: ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଇପିଏସ ସଫିନ ଅହମ୍ମଦ କ୍ରାଇମବ୍ରାଞ୍ଚ ଆଇଡି ଭାବେ ନିଯୁକ୍ତ ହୋଇଛନ୍ତି ।ସେହିଭଳି ସାର୍ଥକ ଷଡଙ୍ଗୀ ଅଗ୍ନିଶମ ଏବଂ ହୋମଗାର୍ଡ ଡିଆଇଜି ହୋଇଛନ୍ତି । ସତ୍ୟଜିତ ନାୟକଙ୍କୁ ଏଚଆରପିସିର ଡିଆଇଜି ଭାବେ ଦାୟିତ୍ୱ ମିଳିଛି । ଯୁଗଳ କିଶୋର ବନୋଥ ମୁଖ୍ୟାଳୟ ଏଆଇଜିପି ଭାବେ ନିଯୁକ୍ତ ହୋଇଛନ୍ତି । ନୟାଗଡ ଏସପି ଭାବେ ରାହୁଲ ଜୈନଙ୍କୁ ଦାୟିତ୍ୱ ମିଳିଛି । କଟକ ଗ୍ରାମାଞ୍ଚଳ ଏସପି ହୋଇଛନ୍ତି ମିହିର କୁମାର ପଣ୍ଡା ।