ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୩୦/୧୨: ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି। ଜଗତସିଂହପୁର ଏସପି ଦାୟିତ୍ୱ ତୁଲାଉଥିବା ଅଖିଳେଶ୍ୱର ସିଂଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦେବା ସହ ଏସପିର ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିଭଳି ଗଞ୍ଜାମର ଏସପି ଥିବା ବ୍ରିଜେଶ କୁମାର ରାୟ ଡିଆଇଜି ଭାବେ ପଦୋନ୍ନତି ପାଇବା ସହ ଅନୁଗୁଳର ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ଭଦ୍ରକର ଏସପି ଥିବା ଚରଣ ସିଂ ମୀନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଆଇଜି ଭାବେ ନିଯୁକ୍ତି ମିଳିଛି । ବାଲେଶ୍ୱର ଏସପି ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି, ଯାଜପୁରର ଏସପି ଥିବା ରାହୁଲ ପିଆରଙ୍କୁ ଜଗତସିଂହପୁରର ନୂଆ ଏସପି ଭାବେ ଦାୟିତ୍ୱ ମିଳିଛି ।