IPS ସ୍ତରରେ ଅଦଳବଦଳ: ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି, ପିନାକ ମିଶ୍ର ହେଲେ କଟକ ଡିସିପି

ଭୁବନେଶ୍ୱର,୨୯/୪: IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କଟକ ଓ ଭୁବନେଶ୍ୱର ଡିସିପି ବଦଳି ହୋଇଛନ୍ତି । କଟକର ନୂଆ ଡିସିପି ପିନାକ ମିଶ୍ର ହୋଇଥିବା ବେଳେ ଭୁବନେଶ୍ୱରର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂ । ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ମିଳିଥିବା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ସଞ୍ଜୀବ ପଣ୍ଡାଙ୍କୁ ଦିୟାତ୍ୱ ମିଳିଛି । ଅରୁଣ ବୋଥ୍ରା ହେଲେ ଏଡିଜି କ୍ରାଇମବ୍ରାଞ୍ଚ, ଉମାଶଙ୍କର ଦାଶ ହେଲେ ଅତିରିକ୍ତ ସିପି(ଭୁବନେଶ୍ବର-କଟକ), ମନୋଜ କୁମାର ଛାବ୍ରା ହେଲେ ଜେଲ୍ ବିଭାଗ ଡିଜି, ସେଫିନ ଅହମ୍ମଦ ଆଇଜିପି HRPC, ନୀତି ଶେଖର ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ମିଳିଛି ।

ସେହିପରି ରାହୁଲ ଜୈନ ଝାରସୁଗୁ଼ଡ଼ା ଏସ୍‌ପି, ସର୍ବନ୍ନା ବିବେକ ବ୍ରହ୍ମପୁର ଏସ୍‌ପି, ସିଦ୍ଧାର୍ଥ କଟରିୟା ଖୋର୍ଦ୍ଧା ଏସ୍‌ପି, ଏସ୍. ସୁଶ୍ରୀ ନବରଙ୍ଗପୁର ଏସ୍‌ପି, ଅଭିଳାଷ ଜି କଳାହାଣ୍ଡି ଏସ୍‌ପି ଓ ଅଲେଖ ପାହି ଖୋର୍ଦ୍ଧା ଏସ୍‌ପି ଭାବେ ଦାୟିତ୍ୱ ତୁଲାଇବେ ।