IPS ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର, ୨୩/୧୨: IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ
ପୋଲିସ ମୁଖ୍ୟଳୟକୁ ବଦଳି ହୋଇଛି। ନୟାଗଡ଼ର ନୂଆ ଏସ୍‌ପି ହେଲେ ସିଦ୍ଧାର୍ଥ କଟାରିଆ । ନରସିଂହ ଭୋଳ ହେଲେ ସମ୍ବଲପୁର ପୋଲିସ ମହାନିରୀକ୍ଷକ,  ପି. ରାଜେଶ ଉତ୍ତମରାଓ ହେଲେ କୋରାପୁଟର ଭାରପ୍ରାପ୍ତ DIG ,ସଫିନ ଅହମ୍ମଦ ପୋଲିସ ବୈଷୟିକ ବିଭାଗ DIG, ସାର୍ଥକ ଷଡ଼ଙ୍ଗୀ ଅନୁଗୁଳ DIG, ଅବିନାଶ କୁମାର ରାଜ୍ୟ ସଶସ୍ତ୍ର ପୋଲିସ DIG,  ବି. ଗଙ୍ଗାଧର  ସମ୍ବଲପୁର ଏସ୍‌ପି, ଚରଣ ସିଂହ ମୀନା ଭଦ୍ରକ SP,
ଢେଙ୍କାନାଳ ଏସ୍‌ପି  କେ. ଶିବା ସୁବ୍ରମଣି, ରାହୁଲ ପି.ଆର୍‌ ଯାଜପୁର ଏସ୍‌ପି ,ଏନ୍‌ ସନ୍ଦୀପ ସମ୍ପଦ କେନ୍ଦ୍ରାପଡ଼ା ଏସ୍‌ପି ହୋଇଛନ୍ତି।