ଭୁବନେଶ୍ୱର, ୨୩/୧୧: IAS ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ସାଧାରଣ ପ୍ରଶାସନିକ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କ୍ରମରେ ସୁଧାଂଶୁ ସାମଲ OMC MD ହୋଇଛନ୍ତି । ଇନ୍ଦ୍ରମଣି ତ୍ରିପାଠୀ ହେଲେ ଶ୍ରମ କମିଶନର, ୟାମିନି ଷଡ଼ଙ୍ଗୀ ହେଲେ ସିଟି ଜିଏସଟି କମିଶନର । ସେହିଭଳି ତ୍ରିଲୋଚନ ମାଝୀ ଗୃହ ବିଭାଗର ଅତିରିକ୍ତ ସଚିବ, ସିଦ୍ଧାର୍ଥ ଦାସଙ୍କୁ ସମବାୟ ସମିତି ରେଜିଷ୍ଟ୍ରାର ଦାୟିତ୍ୱ ମିଳିଛି । ମୋନିକା ପ୍ରିୟଦର୍ଶିନୀ ଜୀବିକା ମିଶନ ନିର୍ଦ୍ଦେଶକ, ଦୀପଙ୍କର ମହାପାତ୍ର କ୍ରୀଡ଼ା ବିଭାଗ ସଚିବ, ସ୍ମିତା ରାଉତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ସତ୍ୟବ୍ରତ ରାଉତ ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ନିଯୁକ୍ତ ହୋଇଛନ୍ତି ।