ଆଇଏଏସ୍‌  ସ୍ତରରେ ଛୋଟଧରଣର ଅଦଳବଦଳ

ଭୁବନେଶ୍ୱର,୩/୦୭:  ରାଜ୍ୟ ସରକାର ଆଜି ଆଇଏଏସ୍‌  ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ଯାମିନୀ ଷଡ଼ଙ୍ଗୀଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଏହାସହିତ ସେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ସଂଗ୍ରାମ ମହାପାତ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିବା ବେଳେ ବେଦଭୂଷଣଙ୍କୁ ସମ୍ବଲପୁର ପୌର ନିଗମରେ କମିସନର ଓ ବୌଦ୍ଧର ଜିଲ୍ଲାପାଳ ଭାବେ ନୃସିଂହ ଚରଣ ସ୍ବାଇଁଙ୍କୁ ନିଯୁକ୍ତି ମିଳିଛି।