୭୨ତମ ସାଧାରଣତନ୍ତ୍ର ଦିବସ, ପରେଡରେ ରଣକୌଶଳ ଦେଖାଉଛନ୍ତି ଭାରତୀୟ ସୈନ୍ୟ 

ନୂଆଦିଲ୍ଲୀ, ୨୬/୧: ଦିଲ୍ଲୀ ରାଜପଥରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ଜାତୀୟ ପତାକା ଉତ୍ତୋଳନ କରିିିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଅଛନ୍ତି  । ରାଜପଥ ପରେଡରେ ରଣକୌଶଳ ଦେଖାଉଛନ୍ତି ଭାରତୀୟ ସୈନ୍ୟ ।ପରେଡରେ ବାଂଲାଦେଶ ସେନାର କଣ୍ଟିଜେଣ୍ଟ ସାମିଲ ହୋଇଛି। ତେଜସ, ସୁଖୋଇ-୩୦ର ଯୁଦ୍ଧ କୌଶଳ ପ୍ରଦର୍ଶନ ମଧ୍ୟ ହୋଇଛି। ପ୍ରଥମ ଥର ପାଇଁ ଲଦାଖର ପ୍ରଜ୍ଞାପନ ମେଢ଼ ସାମିଲ ହୋଇଥିବା ସୂଚନା ରହିଛି ।