୭୨ତମ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨୬/୧: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। କରୋନା କଟକଣା ଭିତରେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ କରାଯିବ। ବିଶ୍ୱ ଦେଖିବ ଭାରତର ସୈନ୍ୟ ଓ ସାଂସ୍କୃତିକ ଶକ୍ତି। ଏହାରି ମଧ୍ୟରେ ସାଧାରଣତନ୍ତ୍ର ଦିବସରେ ଟ୍ବିଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।