ଚଳିତବର୍ଷ କେମିତି ପାଳିବେ ସାଧାରଣତନ୍ତ୍ର ଦିବସ?

ଭୁବନେଶ୍ୱର, ୧୪/୧: ଚଳିତ ବର୍ଷ ରାଜ୍ୟରେ କେମିତି ପାଳିବେ ସାଧାରଣତନ୍ତ୍ର ଦିବସ ସେନେଇ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ସକାଳ ୮ଟା ୩୦ ପରେ ପତାକା ଉତ୍ତୋଳନ କରାଯିବ । କେବଳ ପୋଲିସ ହିଁ ପରେଡ୍‌ରେ ସାମିଲ ହେବେ । ଛାତ୍ରଛାତ୍ରୀ ଓ NCC କ୍ୟାଡେଟ୍‌ସ ପରେଡ୍‌ କରିବେ ନାହିଁ। ଗଣତନ୍ତ୍ର ସମାରୋହରେ ଲୋକେ ସାମିଲ ହେବେ ନାହିଁ । କରୋନା ଗାଇଡ୍‌ଲାଇନ୍‌ କଡ଼ାକଡ଼ି ପାଳନ ହେବ ।