ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ,୬/୧୨: ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ୬.୫ ପ୍ରତିଶତରେ ସ୍ଥିର ରହିଲା ରେପୋ ରେଟ୍ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । ଲଗାତାର ୧୧ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆମର ପ୍ରାଥମିକତା ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ତେବେ କ୍ରମାଗତ ଏକାଦଶ ଥର ପାଇଁ ରେପୋ ରେଟରେ ପରିବର୍ତ୍ତନ କରାଯାଇନାହିଁ । ଗତ ବର୍ଷ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ ହୋଇଥିଲା। ଏହା ପରଠାରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ମୁଦ୍ରାସ୍ଫିତୀକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର ଇଏମଆଇ ପୂର୍ବ ପରି ସମାନ ରହିଛି। ଲୋନ ନେଇ ଇଏମଆଇ ଦେଉଥିଲେ ଏହା ବୃଦ୍ଧି ପାଇବନି ।