ଅପରବର୍ତିତ ରହିଲା ରେପୋ ରେଟ୍

ଭୁବନେଶ୍ୱର,୮/୬: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ତଥା ସୁଧ ହାର ଅପବର୍ତ୍ତିର୍ତ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି । ଫଳରେ ସୁଧ ହାର ୬.୫ ପ୍ରତିଶତ ରହିଛି ।ରେପୋ ରେଟ ବଢିଲେ ସାଧାରଣ ଲୋକଙ୍କ ବହୁତ ପ୍ରଭାବ ପଡେ। ବ୍ୟାଙ୍କ ସୁଧ ହାର ବଢାଇଥାଏ । ଫଳରେ ଇଏମଆଇ ମଧ୍ୟ ଅଧିକା ଦେବାକୁ ପଡିଥାଏ । ରେପୋ ରେଟ ଅପରିବର୍ତିତ ରହିଥିବାରୁ ସାଧାରଣ ଲୋକଙ୍କ ଆସ୍ୱସ୍ତି ମିଳିଛି । ତେବେ ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୪ ପ୍ରତିଶତ ଉପରେ ରହିବାର ସମ୍ଭବନା ରହିଛି । ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬ ଦଶମିକ ୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି ।