ପୁଣି ରେପୋ ରେଟ୍ ବଢ଼ାଇଲା ଆରବିଆଇ

ନୂଆଦିଲ୍ଲୀ,୭/୧୨: ପୁଣି ବଢିଲା ରେପୋ ରେଟ୍ । ଲଗାତାର ତିନି ଥର ରେପୋ ରେଟ ୫୦ ବେସିସ୍ ପଏଂଟ ବଢିବା ପରେ ଏଥର ୩୫ ବେସିସ୍ ପଏଂଟ ବଢାଇଛି ଭାରତୀୟ ରଜର୍ଭ ବ୍ୟାଙ୍କ । ଦେଶରେ ମୁଦ୍ରାସ୍ଫିତି ଉପରେ ରହିଥିବା ବେଳେ ରେପୋ ରେଟ୍ ବଢିବା ଦ୍ୱାରା ଦରଦାମ ଆହୁରୀ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୩୫ ପଏଂଟ୍ ରେପୋ ରେଟ୍ ତଥା ସୁଧ ହାର ବଢିବା ପରେ ଏବେ ୬ ଦଶମିକ୍ ୨୫ ପ୍ରତିଶତ ଛୁଇଁଛି ସୁଧ ହାର । ଏହା ଦ୍ୱାରା ଗୃହ, ଗାଡି ସହ ସବୁ କ୍ଷେତ୍ରରେ ସୁଧ ହାର ବୃଦ୍ଧିପାଇବ ବୋଲି କୁହାଯାଉଛି ।