ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଆଶ୍ୱସ୍ତି, ୫ ବର୍ଷ ପରେ ଖସିଲା ରେପୋ ରେଟ୍‌

ନୂଆଦିଲ୍ଲୀ,୦୭/୦୨: ୫ ବର୍ଷ ପରେ ଖସିଲା ରେପୋ ରେଟ୍‌ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ହାର ହ୍ରାସ କରି ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଆଶ୍ୱସ୍ତି ଦେଇଛି । ରେପୋ ହାରରେ ଏହି ହ୍ରାସ ୨୫ ବେସିସ୍ ପଏଣ୍ଟର, ଏଥିପାଇଁ ବର୍ତ୍ତମାନର ରେପୋ ହାର ଏବେ ୬.୨୫ ପ୍ରତିଶତ ହୋଇଯାଇଛି । ପୂର୍ବରୁ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମେ ‘ ୨୦୨୦ରେ ରେପୋ ହାର ହ୍ରାସ କରିଥିଲା । କିନ୍ତୁ ଏହାପରେ ଏହାକୁ ଧୀରେଧୀରେ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ହାର ବୃଦ୍ଧି କରାଯାଇଥିଲା। RBIଗଭର୍ଣ୍ଣର କହିଛନ୍ତି ଯେ, ରେପୋ ରେଟ୍ ନେଇ ବୈଠକରେ ଆର୍ଥିକ ବିକାଶ ଉପରେ ଆଲୋଚନା ହୋଇଥିଲା । ଆମେ ବୈଠକରେ ନିଷ୍ପତ୍ତି ନେଇଛୁ ଯେ ରେପୋ ହାର ହ୍ରାସ କରାଯାଉଛି । ଏବେ ରେପୋ ହାର ୬.୫୦ରୁ ୬.୨୫କୁ ହ୍ରାସ କରାଯାଇଛି । ରେପୋ ହାର ହ୍ରାସ ପରେ, ଋଣଗ୍ରହିତାଙ୍କ ଋଗଓ ଏବେ ହ୍ରାସ ପାଇବ । ସେହି ସମୟରେ, ବିଶ୍ୱ ସ୍ତରରେ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଉଛି । ଯାହାଦ୍ୱାରା ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହେଉଛି । ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ହୋଇଛି । ୨୦୨୫ ଆର୍ଥିକ ବର୍ଷରେ ପ୍ରକୃତ GDP ଅଭିବୃଦ୍ଧି ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହା ଗତ ବର୍ଷ ୮.୨ ପ୍ରତିଶତ ଥିଲା । ଆଗାମୀ ବର୍ଷଗୁଡ଼ିକରେ ଏଊଚରେ ଉନ୍ନତି ହେବା ନେଇ ଆକଳନ କରାଯାଉଛି । ଉତ୍ପାଦନ କ୍ଷେତ୍ରରେ ଉନ୍ନତି ହୋଇଛି । ଖଣି କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇଛି । ଗତ ତ୍ରୈମାସିକରେ PMI ସେବା ହ୍ରାସ ପାଇଛି । ଗ୍ରାମାଞ୍ଚଳରେ ଲୋକଙ୍କ ଆବଶ୍ୟକତା ବଢ଼ିଛି ।

Leave a Reply

Your email address will not be published. Required fields are marked *