ନୂଆଦିଲ୍ଲୀ,୦୯/୦୪: କମିଲା ରେପୋ ରେଟ୍ । ଆର୍ବିଆଇ ରେପୋ ରେଟ୍ରେ ୦.୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି । ବର୍ତ୍ତମାନ ରେପୋ ରେଟ୍ ୬.୨୫ ପ୍ରତିଶତରୁ ହ୍ରାସ ହୋଇ ୬ ପ୍ରତିଶତରେ ପହଞ୍ଚିଛି । ଆର୍ବିଆଇର ମୁଦ୍ରା ନୀତି ସମିତିର ୩ ଦନିଆ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ କରିଛି ଆର୍ବିଆଇ । ରେପୋ ରେଟ୍ ହ୍ରାସ ପାଇବା ସିଧା ସଳଖ ପ୍ରଭାବ ଆପଣଙ୍କ ଲୋନ୍ ଉପରେ ପଡ଼ିବ । ହୋମ୍ ଲୋନ୍, ପର୍ସନାଲ୍ ଲୋନ୍ ଓ କାର୍ ଲୋନ୍ ଇଏମ୍ଆଇ ଶସ୍ତା ହେବ । ଯାହାଫଳରେ ଗ୍ରାହକଙ୍କୁ ମଧ୍ୟ କମ ସୁଧ ଦେବାକୁ ପଡ଼ିବ । ରେପୋ ରେଟ୍ ହ୍ରାସ ହୋଇଥିବା ନେଇ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଘୋଷଣା କରିଥିଲେ । ଏହାପୂର୍ବରୁ ଗତ ଫେବ୍ରୁଆରୀ ମାସରେ ବି ରେପୋ ରେଟ୍ ହ୍ରାସ କରିଥିଲା ଆର୍ବିଆଇ । ସେତେବେଳେ ରେପୋ ରେଟ୍ ୬.୫୦ ରହିଥିଲା, ଏହା ହ୍ରାସ ପାଇ ୬.୨୫ ହୋଇଥିଲା । ଏବେ ପୁଣି ୦.୨୫ ହ୍ରାସ ପାଇଥିବାରୁ ଏବେ ୬ ପ୍ରତିଶତ ବେସିସ୍ ପଏଣ୍ଟ୍ରେ ପହଞ୍ଚିଛି।