ତୃତୀୟ ଥର ରେପୋ ରେଟ ଅପରିବର୍ତ୍ତିତ

ଭୁବନେଶ୍ୱର,୧୦/୮: ଚଳିତ ଆର୍ଥିକ ବର୍ଷରେ ଦରଦାମ ୫.୧%ରୁ ୫.୪% ବଢିବ ବୋଲି ଆକଳନ କରିଛି ଆରବିଆଇ । କିନ୍ତୁ ରେପୋ ରେଟ ତଥା ସୁଧ ହାର ଅପରିବର୍ତ୍ତିତ ରଖାଯାଇଛି । ଏବେ ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍ । ଲଗାତାର ତୃତୀୟ ଥର ରେପୋ ରେଟରେ ପରିବର୍ତ୍ତନ କରାଯାଇନାହିଁ ।ଏନେଇ ଆଇବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ରେପୋ ରେଟ ଅପରିବର୍ତ୍ତିତ ରଖାଯାଇଥିବାରୁ ଇଏମଆଇ ଏବଂ ଋଣ ହାର ମଧ୍ୟ ଅପରିବର୍ତ୍ତିତ ରହିବ । ତେବେ ମୁଦ୍ରସ୍ଫିତି ଗତ ମେ ମାସରେ ୪ ଦଶମିକ ୩ ପ୍ରତିଶତ ଥିବା ବେଳେ ଜୁନରେ ୪ ଦଶମିକ ୮ ପ୍ରତିଶତ ବୃଦ୍ଧି ପାଇଛି ।