ପୁଣି ରେପୋ ରେଟ ବଢାଇଲା ଆରବିଆଇ

ନୂଆଦିଲ୍ଲୀ,୮/୨:ପୁଣି ରେପୋ ରେଟ ବଢାଇଲା ଆରବିଆଇ । ପୁଣି ବଢିବ ଇଏମଆଇ ସୁଧ ହାର । ମହଙ୍ଗା ହେବ ଋଣ । ବୁଧବାର ରେପୋ ରେଟ୍ ଶୂନ୍ୟ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟର ୬ ଦଶମିକ ୫ ପ୍ରତିଶତ ଛୁଇଁଛି । ରେପୋ ରେଟ ବଢିବା ଯୋଗୁଁ ହୋମ, ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହେବ । ଏବଂ ଋଣ ନେଉଥିବା ବ୍ୟକ୍ତିଙ୍କୁ ଇଏମଆଇ ଅଧିକ ଦେବାକୁ ପଡିବ । ଏଥିସହ ମନିଟାରି ପଲିସି କମିଟିକୁ ଆରବିଆଇ ସ୍ୱୀକୃତି ଦେଇଛି ।