ରେପୋ ରେଟ୍ ବଢାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର,୮/୬: ମହଙ୍ଗା ହେବ ଋଣ । ବଢିବ ଇଏମଆଇ । ରେପୋ ରେଟ୍ ବଢାଇଲା ଆରବିଆଇ । ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ଅର୍ଥାତ୍ ଶୂନ ଦଶମିକ ୫୦ ପ୍ରତିଶତ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟ୍ ୪ ଦଶମିକ ୪୦ ପ୍ରତିଶତରୁ ବଢି ୪ ଦଶମିକ ୯୦ ପ୍ରତିଶତ ହୋଇଛି । ରେପୋ ରେଟ୍ ବୃଦ୍ଧି ପାଇଥିବାରୁ ଗୃହ ଋଣ, ଗାଡି ଋଣ ଓ ବ୍ୟକ୍ତିଗତ ଋଣ ବୃଦ୍ଧି ପାଇବ । ରେପୋ ରେଟ୍ ବଢିଥିବାରୁ ଇଏମ୍ଆଇ ମଧ୍ୟ ମହଙ୍ଗା ହେବ । ସେହିପରି ୨୦୨୨-୨୩ ପାଇଁ ଜିଡିପି ୭ ଦଶମିକ ୨ ପ୍ରତିଶତ ରହିବା ଅନୁମାନ କରାଯାଉଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ମନିଟାରୀ ପଲିସି କମିଟିର ୩ ଦିନିଆ ବୈଠକ ପରେ ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଛନ୍ତି । ମୁଦ୍ରସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ଗତ ମାସରେ ମଧ୍ୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା ।