ରେପୋ ରେଟ୍ ‌ ୪%ରେ ରଖିଲା ଆରବିଆଇ

ନୂଆଦିଲ୍ଲୀ, ୭/୪:ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଆରବିଆଇ । ରେପୋ ରେଟ୍ ୪% ରେ ରହିଛି। ସେହିପରି ରିଭର୍ସ ରେପୋ ରେଟ ୩.୩୫%ରେ ଅପରିବର୍ତ୍ତିତ ରହିିିଛି।
ପୂର୍ବଭଳି ୪% ସୁଧ ହାରରେ ଆରବିଆଇ ରୁ ଋଣ ନେଇ ପାରିବେ ବାଣିଜ୍ୟିକ ବ୍ୟାଙ୍କ। ସେହିପରି ଆବଶ୍ୟକ ହେଲେ ୩.୩୫% ସୁଧ ହାରରେ ଋଣ ଉଠାଇପାରିବ ଆରବିଆଇ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି।