ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା

ନୂଆଦିଲ୍ଲୀ,୧୯/୦୨: କଳ୍ପନା ଜଳ୍ପନାର ଘଟିଲା ଅନ୍ତ। ଘୋଷଣା ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ । ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା  । ଦିଲ୍ଲୀ ବିଜେପି ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କ ନାଁରେ ମୋହର ବାଜିଛି । ନାଁ ଘୋଷଣା କଲେ ପର୍ୟ୍ୟବେକ୍ଷକ ଦଳ । ସାଲିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ବିଜେପିର ମହାସଚିବ ସହ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ କାଲି ରାମଲୀଳା ମୈଦାନରେ ହେବ ।  ରେଖା ଗୁପ୍ତା ବିଧାନସଭା ନିର୍ବାଚନରେ ସାଲିମାର ବାଗ ନିର୍ବାଚନ ମଣ୍ଡଳୀରେ ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ପାଖାପାଖି ୩୦ ହଜାର ଭୋଟରେ ପରାସ୍ତ କରିଥିଲେ ।