ଉତ୍ତରାଖଣ୍ଡ ପାଇଁ ରେଡ ଆର୍ଲଟ ଜାରି

ନୂଆଦିଲ୍ଲୀ,୧୨/୦୭: ଉତ୍ତରଭାରତରେ ଜଳ ପ୍ରଳୟ । ଲଗାଣ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶ, ଉତରାଖଣ୍ଡ, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଜମ୍ମୁକଶ୍ମୀର ଓ ରାଜସ୍ଥାନ ସବୁଠି ସଙ୍ଗୀନ ସ୍ଥିତି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ ଓ ଏହାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମନାଲି । ଗତ କିଛି ଦିନର ଲଗାଣ ବର୍ଷାରେ ଅନେକ ସ୍ଥାନରେ ଯାତାୟତ ପ୍ରଭାବିତ ହୋଇଛି । ହିମାଚଳ ପ୍ରଦେଶରେ ବ୍ୟାସ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।ଦିଲ୍ଲୀରେ ଜମୁନା ନଦୀ ମଧ୍ୟ ବିପଦ ସଙ୍କେତ ଅତିକ୍ରମ କରିଛି । ଆଗାମୀ ୨ରୁ ୩ଦିନ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଉତ୍ତରାଖଣ୍ଡ ପାଇଁ ରେଡ ଆର୍ଲଟ ଜାରି କରାଯାଇଥିବା ବେଳେ ହିମାଚଳ ପ୍ରଦେଶ ଓ ଦିଲ୍ଲୀରେ ବର୍ଷା ଲାଗିରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।