୧୦ଦିନ ଭୁବନେଶ୍ୱର ବିମାନବନ୍ଦର ପାଇଁ ଜାରି ହେଲା ରେଡ୍ ଆଲର୍ଟ

ଭୁବନେଶ୍ୱର, ୧୦/୮: ଆସନ୍ତା ୧୦ଦିନ ଭୁବନେଶ୍ୱର ବିମାନବନ୍ଦର ପାଇଁ ଜାରି ହୋଇଛି ରେଡ୍ ଆଲର୍ଟ । ଦିଲ୍ଲୀ ବିମାନବନ୍ଦରକୁ ଆତଙ୍କବାଦୀ ଧମକ ଆସିବା ପରେ କଡା ସୁରକ୍ଷା ରେ ରହିଛି ବିମାନବନ୍ଦର । ଏନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ସୁରକ୍ଷା ବ୍ୟବସ୍ଥାର ପରିସୀମାକୁ ବଢାଯିବ । ସମସ୍ତ ଯାତ୍ରୀଙ୍କୁ ଭଲ ଭାବେ ଯାଞ୍ଚ କରି ଛଡାଯିବ । ଯେହେତୁ ଧମକ ଆସିଛି ସଜାଗ ରହିବା ଜରୁରୀ ବୋଲି ସେ କହିଛନ୍ତି। ଅନ୍ୟପଟେ ଆଗକୁ ସ୍ୱାଧୀନତା ଦିବସ ଆସିଥିବାରୁ  ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ମିଳିଥିଲା। ଆତଙ୍କବାଦୀ ସଂଗଠନ ଅଲକାଏଦା ଧମକ ଦେଇଥିବା ସୂଚନା ମିଳିଛି। ଇ-ମେଲ୍ ଯୋଗେ ଧମକ ଦେଇ ୩ ଦିନ ଭିତରେ ବିମାନବନ୍ଦରକୁ ଉଡ଼ାଇଦେବ ବୋଲି କହିଛି ଏହି ସଂଗଠନ।