ଆଜି ୪୫ଟି ଜାଗାରେ ପୁନଃ ମତଦାନ

ଭୁବନେଶ୍ୱର, ୨୩/୨: ଆଜି ରାଜ୍ୟର ୪୫ଟି ଜାଗାରେ ପଞ୍ଚାୟତ ନିର୍ବାଚନ ପାଇଁ ପୁନଃ ମତଦାନ ହେବ । ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଭୋଟ ଗ୍ରହଣ କରାଯିବ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଏଠାରେ ବାଧାପ୍ରାପ୍ତ ହୋଇଥିଲା ମତଦାନ । ୯ ଜିଲ୍ଲା ମଧ୍ୟରୁ ଯାଜପୁରରେ ସର୍ବାଧିକ ୨୧ଟି ସ୍ଥାନରେ ସାନି ଭୋଟ ଗ୍ରହଣ ହେବ। ସେହିପରି ଭଦ୍ରକର ୬ଟି, ପୁରୀର ୫ଟି, ଢେଙ୍କାନାଳରେ ୪ଟି ସ୍ଥାନ, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ୩-୩ଟି ଜାଗାରେ, ବୌଦ୍ଧ, ବଲାଙ୍ଗିର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏଁ ଜାଗାରେ ହେବ ସାନି ଭୋଟ ।