ଆସନ୍ତା ୧୭ ତାରିଖରୁ ରତ୍ନ ଭଣ୍ଡାର ମରାମତି ପାଇଁ ନିଷ୍ପତ୍ତି

ଭୁବନେଶ୍ୱର,୧୫/୧୨: ଆସନ୍ତା ୧୭ ତାରିଖରୁ ରତ୍ନ ଭଣ୍ଡାର ମରାମତି ପାଇଁ ନିଷ୍ପତ୍ତି ହୋଇଛି। ଦ୍ବିତୀୟ ଭୋଗ ମଣ୍ଡପ ପରେ ୫ଘଣ୍ଟା ପର୍ୟ୍ୟନ୍ତ ମରାମତି ପାଇଁ ସମୟ ଧାର୍ଯ୍ୟ ହୋଇଛି। ଗତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରତ୍ନ ଭଣ୍ଡାର ମରାମତି ନେଇ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗ ଦର୍ଶିକା ଅନୁସାରେ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି । ମରାମତି ସମୟରେ ଭକ୍ତ ଶ୍ରଦ୍ଧାଳୁ ବାହାର କାଠରୁ ଶ୍ରୀଜିୟୁଙ୍କୁ ଦର୍ଶନ କରିପାରିବେ । ଏ ନେଇ ସ୍ବତନ୍ତ୍ର ବୈଠକ କରାଯାଇଥିବା ବେଳେ ମରାମତି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲପାଳ ମତ ରଖିଛନ୍ତି । ମରାମତି ସମୟରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଥିବା ଯୋଗୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ଫୋର୍ସ ମୁତୟନ କରାଯିବ ।