ଜୁଲାଇ ୮ରେ ଖୋଲିବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଭୁବନେଶ୍ୱର,୧୯/୦୬: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଆସନ୍ତା ଜୁଲାଇ ୮ ତାରିଖରେ ଖୋଲିବ ରତ୍ନ ଭଣ୍ଡାର । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହିପରି ନିଷ୍ପତି ନିଆଯାଇଛି। କୋର କମିଟି, ଟେକ୍ନିକାଲ କମିଟିର ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ । ଜୁଲାଇ ୭ ତାରିଖରେ ରଥଯାତ୍ରା । ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲିବାକୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ଏଏସ୍ଆଇ । ଏହାକୁ ଆଧାର କରି ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲିବାକୁ ନିଷ୍ପତି ହୋଇଛି । ଶେଷ ଥର ପାଇଁ ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ଚେଷ୍ଟା କରାଯାଇଥିଲା । ଶ୍ରୀମନ୍ଦିର ନୀତି ପ୍ରଶାସକ, ଗଜପତି ମହାରାଜାଙ୍କ ପ୍ରତିନିଧି ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ୧୬ ଜଣିଆ ଏସ୍ଏସ୍ଆଇ ଟିମ ରତ୍ନ ଭଣ୍ଡାର ଖୋଲିବାକୁ ଚେଷ୍ଟା କରାଯାଇଥିଲା । ହେଲେ ଭିତର କବାଟର ଚାବି ନଥିବାରୁ ବାହାରୁ ସ୍ଥିତି ଅନୁଧ୍ୟାନ କରି ଟିମ ଫେରିଥିଲା । ଏହାପରଠାରୁ କେବେ ରତ୍ନଭଣ୍ଡାର ଖୋଲାଯିବ ସେନେଇ ରାଜ୍ୟବାସୀ ଅପେକ୍ଷା କରି ରହିଛନ୍ତି ।