ନଭେମ୍ବରରୁ ମିଳିବ ନୂଆ ରାସନକାର୍ଡ, ସୂଚନା ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର,୩୦/୧୦: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସୀଖବର। ନଭେମ୍ବରରୁ ମିଳିବ ନୂଆ ରାସନକାର୍ଡ। ଆଜି ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ନୂଆ ରାସନ୍ କାର୍ଡ ପାଇଁ ଆବେଦନ କରିଥିବା ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ତେଣୁ ଏବେ ଏନେଇ ଚାଲିଛି ଇ-KYC ପ୍ରକ୍ରିୟା। ଇ- କେୱାଇସି ପ୍ରକ୍ରିୟା ସରିବା ପରେ ଜଣାପଡ଼ିବ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ।ଏପଟେ ଡିଲର ପଏଣ୍ଟରେ ଚାଲିଛି ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ । ନାଁ ଓ ଆଧାର ନମ୍ବର ଯାଂଚ୍ ପରେ ନିଆଯାଉଛି ହିତାଧିକାରୀଙ୍କ ଦସ୍ତଖତ ଓ ଟିପ ଚିହ୍ନ । ପରିବାରର ସବୁ ସଦସ୍ୟ, ଯାହା ଯାହା ନାଁରେ ରାସନ ମିଳୁଛି, ସମସ୍ତଙ୍କ ହେଉଛି ଯାଂଚ୍ ।