ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ ରାସନ କାର୍ଡ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର,୪/୦୯: ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ ରାସନ କାର୍ଡ ଦେବେ ରାଜ୍ୟ ସରକାର । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୧୦ ଲକ୍ଷରୁ ଅଧିକ ଲୋକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ଅଗଷ୍ଟ ୨୨ ତାରିଖ ଠାରୁ E – KYC ପ୍ରକ୍ରିୟାରେ ଜାଲ କାର୍ଡ ଧରିବା ପାଇଁ କାମ ଆରମ୍ଭ ହୋଇଛି। ଏହା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଚାଲିବ। ସେପଟେ ଏବେ ଯାଏଁ ପାଖାପାଖି ୪୪ ଲକ୍ଷ ୩୩ ହାଜର କାର୍ଡ ଯାଞ୍ଚ ସାରିଛି । ଯେଉଁଥିରେ ଅନେକ ଜାଲ କାର୍ଡ ଧରା ପଡ଼ିଛି । ଏବେ ଯାଏଁ ୨୦ରୁ ୨୫ ପ୍ରତିଶତ ଜାଲ କାର୍ଡ ଧରା ପଡ଼ିଲାଣି। ଏଥିରେ ଆଉ କିଛି ସମୟ ଲାଗିବ। ସବୁ କାର୍ଡ ଯାଞ୍ଚ ହୋଇ ଜାଲ କାର୍ଡ ଧରିବା ପରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନୂଆ କାର୍ଡ ଦିଆଯିବ ।

Leave a Reply

Your email address will not be published. Required fields are marked *