ଆରମ୍ଭ ହେଲା ଶ୍ରୀବଳଭଦ୍ରଙ୍କ ରଥଟଣା

ଭୁବନେଶ୍ୱର, ୦୭/୦୭: ଆରମ୍ଭ ହେଲା ଶ୍ରୀବଳଭଦ୍ରଙ୍କ ରଥଟଣା । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ।ରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ୩ ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ । ଆଗରେ ଆଗରେ ଏବେ ମାଡି ଚାଲିବେ ବଡ ଭାଇ, ପଛରେ ଆସିବେ ଭଉଣୀ ସୁଭଦ୍ରା, ସବାଶେଷରେ କାଳିଆ ଠାକୁର ଆସିବେ।