ମହାପ୍ରଭୁଙ୍କ ରଥଯାତ୍ରା, ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ

ପୁରୀ,୦୭/୦୭: ଏବେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ମହାପ୍ରଭୁଙ୍କ ଆୟୁଧ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ହୋଇଛି । ଭେରି ତୁରୀ ବାଦ୍ୟ, ହରିବୋଲ ଧ୍ୱନୀ ଭିତରେ ମହାପ୍ରଭୁ ସୁଦର୍ଶନ ରତ୍ନ ବେଦୀରୁ ଆସି ଦେବୀଦଳନ ରଥରେ ବିଜେ କରିଛନ୍ତି ଶ୍ରୀସୁଦର୍ଶନ । ବ୍ରହ୍ମାଣ୍ଡ ନିୟନ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରି ଆସି ରଥରେ ବିଜେ କରିଛନ୍ତି ସୁଦର୍ଶନ ମହାପ୍ରଭୁ । ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଛନ୍ତି ଶ୍ରୀଜିଉ । ଧାଡି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି କରି ଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଲେଣି ବଡଠାକୁର ବଳଭଦ୍ର । ଘଣ୍ଟଘଣ୍ଟାରେ କମ୍ପୁଛି ସିଂହଦ୍ୱାର, ବଡଦାଣ୍ଡ । ଲୋକାରଣ୍ୟ ବଡଦାଣ୍ଡ । ଏହାପରେ ଝୁଲି ଝୁଲି ଗହଳି ଲଗେଇ ଭକ୍ତଙ୍କ ପାଖକୁ ଆସିବେ ମହାପ୍ରଭୁ ଜଗନ୍ନାଥ ।