ରଥ ଉପରେ ଫଟୋ ଓ ସେଲ୍ଫି ନେବା ଉପରେ କଟକଣା

ଭୁବନେଶ୍ୱର,୧୨/୦୭: ରଥ ଉପରେ ଫଟୋ ଓ ସେଲ୍ଫି ନେବା ଉପରେ କଟକଣା ଲାଗିବ । ଅଣ ସେବାୟତ ରଥ ଉପରକୁ ଯାଇପାରିବେ ନାହିଁ । କୌଣସି ପରିସ୍ଥିତିରେ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବ ନାହିଁ । ସେବାୟତ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ । ସବୁ ନିଯୋଗ ସହ ଆଲୋଚନା ହୋଇ ସମନ୍ୱୟ ରକ୍ଷା କରାଯିବ । ରତ୍ନଭଣ୍ଡାର ଖୋଲିବାବେଳେ ରାଜ୍ୟ ସରକାରଙ୍କ ଏସଓପିକୁ ପାଳନ କରାଯିବ ।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନୂଆ କରି ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ଅରବିନ୍ଦ ପାଢୀ। ଦାୟିତ୍ୱ ମିଳିବା ପରେ ପ୍ରଥମେ ସେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆଉ ଏହାସହ ଶୃଙ୍ଖଳିତ ନୀତିକାନ୍ତି ପାଇଁ ସେବାୟତଙ୍କୁ ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ।ରଥ ଉପରକୁ ମୋବାଇଲ ନେଲେ କାର୍ଯ୍ୟାନୁଷ୍ଠାନ ହେବ ।