ପବିତ୍ର ଶ୍ରୀପଞ୍ଚମୀରେ ଆଜି ଅନୁକୂଳ ହେବ ରଥକାଠ

ଭୁବନେଶ୍ୱର,୧୪/୦୨: ଆଜି ବସନ୍ତ ପଂଚମୀ ଅଥବା ଶ୍ରୀ ପଞ୍ଚମୀ। ଶିକ୍ଷାପୁଷ୍ଠାନ ସମେତ ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ କରାଯାଉଛି ଆବାହନ । ପବିତ୍ର ଶ୍ରୀପଞ୍ଚମୀରେ ଆଜି ହେବ ରଥକାଠ ଅନୁକୂଳ ହେବ । ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଦେଇ କରାଯିବ ପୂଜାର୍ଚ୍ଚନା । ଅପରାହ୍ନରେ ରୀତିନୀତି ସମ୍ପନ୍ନ ହେବ । ରାଜନଅର ପକ୍ଷରୁ ଶୌତ୍ରିୟ ବ୍ରାହ୍ମଣ ଏହି ପୂଜାର୍ଚ୍ଚନା କରିବେ ।