ଘୋଷଯାତ୍ରା ପରେ ଏବେ ଚାଲିଛି ରଥ ଭଙ୍ଗା କାମ

ନୂଆଦିଲ୍ଲୀ,୧୪/୭: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପରେ ଏବେ ଚାଲିଛି ରଥ ଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆଜି ଠାରୁ ତିନି ରଥଭଙ୍ଗା କାମ ବିଧିବଦ୍ଧ ଭାବେ ଅରମ୍ଭ ହୋଇଛି । ନିୟମ ଅନୁସାରେ ପ୍ରଥମ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗାଯାଇଛି । ଏହା ପରେ ତାଳଧ୍ୱଜ ରଥ ଏବଂ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବ । ତେବେ ଗୋଟିଏ ରଥକୁ ଭାଙ୍ଗିବା ପାଇଁ ୪ଦିନ ସମୟ ଲାଗିବ । ସେହିପରି ତିନି ରଥ ଭାଙ୍ଗିବା ପାଇଁ ୧୦ରୁ ୧୨ ଦିନ ସମୟ ଲାଗିବ । ରଥ ଭଙ୍ଗାଯିବା ପରେ ସିଂହାସନ, ପ୍ରଭା, ନାଟଗୋଡ଼, ଗୁଜ ଓ ଚକକୁ ନେଇ ଗୁଣ୍ଡିଚା ମନ୍ଦିର ଭିତରେ ରଖାଯିବ । ତାହାକୁ ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥାଏ ।