ଭୁବନେଶ୍ୱର,୧୧/୦୧: ରାଜଧାନୀରେ ଘଟିଥିବା ରସୁଲଗଡ ହତ୍ୟା ଘଟଣା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସହଦେବଙ୍କ ପରିବାର । ନବୀନ ପଟ୍ଟନାୟକ ସହଦେବଙ୍କ ପରିବାରର ଦୁଃଖ ଶୁଣିବା ସହ ସହଦେବଙ୍କ ପରିବାରକୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଏହା ସହ ସହଦେବ ନାୟକଙ୍କ ୨ ପିଲାଙ୍କ ପଢିବା ଦାୟିତ୍ୱ ନେଇଛନ୍ତି ବିଜେଡି ସୁପ୍ରିମୋ । ଅନ୍ୟପଟେ ସହଦେବଙ୍କ ପତ୍ନୀ ସୁନିତା ନାୟକଙ୍କୁ ୫ ଲକ୍ଷ୍ୟ ଟଙ୍କାର ସହାୟତା ରାଶି ଦେଲେ ୫ ଏଜେନ୍ସି । କେବଳ ସେତିକି ନୁହେଁ ବରଂ ସୁନିତାଙ୍କୁ ଜାଗୃତିରେ ସୂପରଭାଇଜର ଭାବେ ନିଯୁକ୍ତି ମଧ୍ୟ ଦେଇଛନ୍ତି । ଏହାସହ ତାଙ୍କୁ ସ୍ଥାୟୀ ନିଯୁକ୍ତି ସହ ଆର୍ଥିକ ସହାୟତା ଯୋଗାଇବା ପାଇଁ ମଧ୍ୟ ସରକାରଙ୍କୁ ଭୁବନେଶ୍ୱର ମହାନଗର ନିଗମ ଚିଠି ଲେଖିଛି ବୋଲି କହିଛନ୍ତି ମେୟର ।