ନୂଆଦିଲ୍ଲୀ, ୧୩/୦୨: ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ ବୀରେନ ସିଂ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଫେବୃଆରୀ ୯ରେ ଇସ୍ତଫା ଦେଇଥିଲେ ବୀରେନ ସିଂ । ୨ ବର୍ଷ ଧରି ମଣିପୁରରେ ଦୁଇ ସଂମ୍ପ୍ରାଦାୟ ମଧ୍ୟରେ ସଂଘର୍ଷ ଲାଗି ରହିଛି । ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏବଂ ଅର୍ଦ୍ଧସାମରିକ ବାହିନୀର ଅଧିକାରୀମାନେ ଆଜି ରାଜଭବନରେ ଏକ ବୈଠକ କରିଥିଲେ । ଏହି ସମୟରେ ଅଧିକାରୀମାନେ ତାଙ୍କୁ ସିଆରପିଏଫର ମୁତୟନ ଏବଂ ଅପରେସନ୍ କାର୍ୟ୍ୟକଳାପ ବିଷୟରେ ସୂଚନା ପ୍ରଦାନ କରିଥିଲେ ।