ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩/୦୪: ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ରାସେଶ୍ୱରୀ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ତେବେ ବିଜେଡି ଛାଡିବା ପଛର କୌଣସି ନିର୍ଦ୍ଦିଷ୍ଟ କାରଣ ଇସ୍ତଫାପତ୍ରରେ ଉଲ୍ଲେଖ କରିନାହାନ୍ତି । ୨୦୨୪ରେ ରାସେଶ୍ୱରୀ ଟିକେଟ ଆଶାୟୀ ଥିଲେ ମଧ୍ୟ ଦଳ ଏଠାରେ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା । ପରେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରି ରୋହିତ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ରାସେଶ୍ୱରୀଙ୍କ ସମର୍ଥକ ଅସନ୍ତୁଷ୍ଟ ଥିଲେ । ଏପରିକି ରାସେଶ୍ୱରୀଙ୍କୁ ଟିକେଟ ଦେବା ନେଇ ଦଳୀୟ ସୁପ୍ରିମୋ ପୁନଃବିଚାର କରିବା ଆବଶ୍ୟକ ବୋଲି କହିଥିଲେ । କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ ନେଇ କୌଣସି ସଂକେତ ନ ମିଳିବାରୁ ରାସେଶ୍ୱରୀ ବିଜେଡି ଛାଡିଥିବା ଚର୍ଚ୍ଚା ହେଉଛି । ତେବେ ୨୦୧୯ରେ ଜୟନାରାୟଣ ମିଶ୍ରଙ୍କ ଠାରୁ ପରାଜିତ ହୋଇଥିଲେ ରାସେଶ୍ୱରୀ ।