କେନ୍ଦ୍ରାପଡାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍

ଭୁବନେଶ୍ୱର, ୩/୧୦: କେନ୍ଦ୍ରାପଡାର ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । କେନ୍ଦ୍ରାପଡା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ମିଳିବା ପରେ ସବୁଠି ଖୁସିର ଲହରୀ ଖେଳି ଯାଇଛି ।ତେବେ ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ଭୋଗ ହେଉଛି ରସାବଳି । କେନ୍ଦ୍ରାପଡା ସଂସ୍କୃତି ସହିତ ଜଡିତ ଏହି ମିଠା । ତେବେ ଦୀର୍ଘ ଦିନ ଧରି ରସାବଳିକୁ ଜିଆଇ ଟ୍ୟାଗ ପାଇଁ ଦାବି ହୋଇ ଆସୁଥିଲା । ସୂଚନାଯୋଗ୍ୟ ହେ ୧୩ ଡିସେମ୍ବର ୨୦୨୧ରେ ଆବେଦନ କରାଯାଇଥିଲେ ମଧ୍ୟ ଏବେ ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି ।