ଆରପାରିରେ ବ୍ରିଟେନ ରାଣୀ ଏଲିଜାବେଥ

ନୂଆଦିଲ୍ଲୀ,୮/୯: ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ଘଟିଛି। ଏନେଇ ବକିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ସ୍କଟଲାଣ୍ଡର ବାଲମୋରାଲ କ୍ୟାସେଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଆସନ୍ତାକାଲି ତାଙ୍କ ପାର୍ଥିବ ଶରୀରକୁ ଲଣ୍ଡନ ଆଣଯିବ ।ମହାରଣୀ ଏଲିଜାବେଥ ଦ୍ୱିତୀୟ ବ୍ରିଟେନର ସବୁଠାରୁ ଲମ୍ବା ସମୟ (୧୯୨୬ରୁ ୨୦୨୨) ଯାଏ ଦେଶର ଶାସନ କ୍ଷମତା ସମ୍ଭାଳିଥିଲେ ।