ନବୀନଙ୍କୁ ଚିଠି ଲେଖିଲେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଜାଣନ୍ତୁ କାହିଁକି ?

ଭୁବନେଶ୍ୱର,୧୪/୦୪: ସାଂଗଠନିକ ନିର୍ବାଚନ ଭିତରେ ନବୀନଙ୍କୁ ଚିଠି ଲେଖିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହି ସଂଗଠନରେ ସଂରକ୍ଷଣ କରିବାକୁ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜା । ଆହୁରି ଲେଖିଛନ୍ତି ବିଜେଡି ସାମାଜିକ ନ୍ୟାୟ, ଧର୍ମ ନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ । ସେ ଆହୁରି କହିଛନ୍ତି, ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ । ସେ ଏହା ବି ସତର୍କ କରାଇ ଦେଇଛନ୍ତି, ୱକପ୍ ବିଲ୍‌ ବିବାଦ ଆମର ଧର୍ମ ନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ।

Leave a Reply

Your email address will not be published. Required fields are marked *