ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୨୦/୩: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେଠାରେ ଉପସ୍ଥିତ ଅଛନ୍ତି ରାଜ୍ୟପାଳ ଗଣେଣୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ବିରୋଧୀ ଦଳ ନେତା ।

ଭୁବନେଶ୍ବର ରାଜଭବନରେ ଆଜି ରାତ୍ରିଯାପନ କରିବେ। ଆସନ୍ତା କାଲି  ସକାଳ ୯ଟା ୪୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେଓ ପୂର୍ବାହ୍ନ ୧୦ଟା ୫୫ରେ ରାଉରକେଲା ଗସ୍ତ କରିବେ। ସେଠାରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ରାଉରକେଲାରୁ ଫେରି ରାଜଭବନରେ ରାତ୍ରିଯାପନ କରିବେ। ସେହିପରି ମାର୍ଚ ୨୨ ସକାଳ ୯ଟା ୫ରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଦିନ ୧୦ଟା ୪୫ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି । ୧୧ଟା ୩୦ରେ IOFLର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି ଅପରାହ୍‌ଣ ୪ଟା ୫୫ରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ।